ଓଡିଶା

odisha

By

Published : May 16, 2022, 5:21 PM IST

ETV Bharat / videos

ରଥଖଳା ହାଲଚାଲ: ଚକ ଅଖ ଡେରା ନୀତି ପାଇଁ ଚାଲିଛି ପ୍ରସ୍ତୁତି

ପୁରୀ: ଆସନ୍ତା ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରହିଛି ରଥଖଳା । ଆଜି(ସୋମବାର) ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ଚକ ନିର୍ମାଣରେ ଲାଗିପଡିଛନ୍ତି ସେବକ ମାନେ । ଆଗକୁ ଭଉଁରୀ ତିଥି ଥିବାରୁ ଚକ ଅଖ ଡେରା ନୀତି ପାଇଁ ଚକ ନିର୍ମାଣ ଚାଲିଥିବାବେଳେ ଅରରେ ପଇ ସଂଯୋଗ କରାଯାଉଛି । ତିନିରଥର ରୂପକାର ସେବକ ମାନେ ବାରଗୋଟି ଗୁଜ କାଠରେ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରୁଛନ୍ତି । ତାଳଧ୍ଵଜ ରଥର ମୋଟ ୧୧ ଗୋଟି କୋଣ ଗୁଜ ଲାଗିଥିବା ବେଳେ ଦେବଦଳନ ରଥର ୭ଗୋଟି ଗୁଜ ଓ ନନ୍ଦିଘୋଷ ରଥରେ ୧୧ ଗୋଟି ଗୁଜ ଲାଗିଛି ।

ABOUT THE AUTHOR

...view details