ଓଡିଶା

odisha

ETV Bharat / videos

Ratha yatra 2022: ରଥଖଳା ହାଲଚାଲ, 30 ତୁମ୍ବର କାର୍ଯ୍ୟ ଜାରି

By

Published : May 7, 2022, 5:23 PM IST

ପୁରୀ: ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରଥଖଳା । ମୋଟ 42 ତୁମ୍ବରୁ 30 ଟି ତୁମ୍ବ କାର୍ଯ୍ୟ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ତିନି ରଥର ତୁମ୍ବ କାର୍ଯ୍ୟ ଜାରି ରହିଛି । ତିନି ରଥର ମୋଟ 30 ଟି ତୁମ୍ବ କଟାଯାଇ ମହାରଣାଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 5 ଟି ତୁମ୍ବ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ମୋଟ 42 ଟି ତୁମ୍ବ ନିର୍ମାଣ ହେବ। ତୁମ୍ବ କାର୍ଯ୍ୟରେ ବିନ୍ଧ ଓ ପଇ କାମ ଆରମ୍ଭ ହେବ। ଆଗାମୀ ନୃସିଂହ ଚତୁର୍ଦ୍ଦଶୀରୁ ରୂପକାର ସେବାୟତମାନେ କାର୍ଯ୍ୟ ଆରମ୍ଭ କରିବେ । ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details