ଓଡିଶା

odisha

ETV Bharat / videos

ରଥଖଳା ହାଲଚାଲ: ତିନିରଥର 12ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ - ରଥଯାତ୍ରା ୨୦୨୨

By

Published : Jun 22, 2022, 4:26 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର 12 ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ ହୋଇଛି । ରଥଯାତ୍ରା ନେଇ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ମାଣାଧୀନ ତିନିରଥର 12 ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ ହୋଇଛି । ଖପୁରି ସମେତ ପାରାଭାଡ଼ି ଏବଂ ତେରପରସ୍ତ ପୋଟଳ ଲଗାଯାଇଛି । ଦୁଆରବେଢ଼ା ସହ ଚନ୍ଦ୍ରଶାଳି ସଂଯୋଗ କରାଯାଇଛି । ବେଦି ଚତୁଃପାର୍ଶ୍ଵରେ ତାଗ ବାଡ଼ିଆ ଯାଇଛି । ତିନିରଥରେ ପଟା ବାଡ଼ିଆ ଯାଉଛି । ଚାରପରିଛାସହ ୫ଟି ଲେଖାଏଁ ଗୁଣ୍ଠି ସଂଯୋଗ କରାଯାଇଛି । ସେହିପରି ରଥ ସମ୍ମୁଖ ଭାଗରେ ସାଲଗୁଜ ଲଗା ଯାଇଛି । ମହାରଣା ସେବକ ପ୍ରଭାନିର୍ମାଣ କରୁଛନ୍ତି । କଳସରେ ଆଲମୁନିୟମ ଚଦର ପକାଯାଉଛି । ଏହାପରେ ସେଥିରେ ରଙ୍ଗ କରାଯିବ । ଦରିଜି ସେବକ ରଥକନା ସିଲାଇ କରୁଛନ୍ତି । ରୂପକାରଙ୍କ ଦ୍ଵାରା ଖୋଦେଇ କରାଯାଉଛି । ଚିତ୍ରକାର ସେବକ ପାର୍ଶ୍ବ ଦେବାଦେବୀ, ସାରଥି, ଘୋଡ଼ା ଏବଂ ସଖୀଙ୍କୁ ରଙ୍ଗ କରୁଛନ୍ତି । ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‌ଜା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

...view details