ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, କଟକରେ ବିଜେପି ପକ୍ଷରୁ ବିଜୟ ଉତ୍ସବ - କଟକ ଖବର
କଟକ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ସର୍ବବୃହତ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଛନ୍ତି ଓଡିଶା ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସାରା ଦେଶରେ ବିଜୟ ଉତ୍ସବ ପାଳନ କରାଯାଉଛି । ଏ ଅବସରରେ ବିଜେପି ପକ୍ଷରୁ କଟକରେ ମଧ୍ୟ ବିଜୟ ଉତ୍ସବ ପାଳନ ହୋଇଛି । ବାଣ ଫୁଟାଇ ବାଜା ବଜାଇ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ବିଜେପି କର୍ମୀ ।