ଓଡିଶା

odisha

By

Published : Jul 21, 2022, 8:03 PM IST

ETV Bharat / videos

ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ, ସାନ୍ତାଳୀ ଗୀତର ତାଳରେ ଝୁମିଲେ ରମାଦେବୀ ଛାତ୍ରୀ

ଭୁବନେଶ୍ବର: ଆଉ କିଛି ସମୟ ମଧ୍ୟରେ ଆସିବ ରାଷ୍ଟ୍ରପତି ନିର୍ବାଚନ (Presidential Election) ଫଳାଫଳ । ଦ୍ବିତୀୟ ରାଉଣ୍ଡରେ NDA ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଗୁଆ ରହିଥିବା ବେଳେ ତାଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ । ଦ୍ରୌପଦୀ ପ୍ରଥମ ଓଡ଼ିଆ ମହିଳା ତଥା ଭାରତର ପ୍ରଥମ ଆଦିବାସୀ ମହିଳା ଭାବେ ସର୍ବୋଚ୍ଚ ପଦ ଅଳଙ୍କୃତ କରିବେ । ଏହାରି ମଧ୍ୟରେ ସବୁଠୁ ଆନନ୍ଦ ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବାବେଳେ ଏଥିରେ ସାମିଲ ହୋଇଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ । ଦ୍ରୌପଦୀ ରାଜ୍ୟର ଏହି ସମ୍ମାନଜନକ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭକରିଥିବା ବେଳେ ହଷ୍ଟେଲରେ ରହୁଥିଲେ । ଏଠାରେ ଥିବା ଛାତ୍ରୀଙ୍କ ସହ BJPର କର୍ମୀ ଆସି ଛାତ୍ରୀଙ୍କୁ ମିଠା ଖୁଆଇ ବିଜୟର ପର୍ବ ପାଳିଛନ୍ତି । ଆଉ ଛାତ୍ରୀ ମାନେ ମଧ୍ୟ ମୁର୍ମୁଙ୍କୁ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଓ ଓଡିଶାର ଗର୍ବ ଭାବେ ପାଇ ଶୁଭେଚ୍ଛା ଜଣାଇଛନ୍ତି । ଖୁସିରେ ଝୁମି ସାନ୍ତାଳୀ ଗୀତର ତାଳେ ତାଳେ ନାଚିଛନ୍ତି । ଆଉ ଏକା ସ୍ବରରେ ଗାଇଛନ୍ତି ବିଜୟର ଗୀତ ହମ୍‌ ହୋଗେ କାମୟାବ ।

ABOUT THE AUTHOR

...view details