ଓଡିଶା

odisha

ETV Bharat / videos

ମିଳିଛି ଲକଡାଉନ ଓ ସଟଡାଉନର ସୁଫଳ: ବିଏମସି କମିଶନର - କୋରୋନା ସ୍ଥିତି ନେଇ BMC କମିଶନରଙ୍କ ସୂଚନା

By

Published : Jun 5, 2021, 6:10 PM IST

ଭୁବନେଶ୍ବର: ରାଜଧାନୀରେ କୋରୋନା ସ୍ଥିତି ନେଇ BMC କମିଶନରଙ୍କ ସୂଚନା । ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ ହାର କମୁଛି । ଲୋକେ ଲକଡାଉନ ସଟଡାଉନକୁ ଗୁରୁତର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଏବେ ମଧ୍ୟ କିଛି ଲୋକ କଟକଣା ମାନୁନଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବିଏମସି ପକ୍ଷରୁ ଶୁକ୍ରବାର ଠାରୁ ମାର୍କେଟ ଅଞ୍ଚଳରେ ମୋବାଇଲ ଭ୍ୟାନ ମାଧ୍ୟମରେ ଆରଟିପିସିଆର ଟେଷ୍ଟିଙ୍ଗ ଆରମ୍ଭ ହୋଇଛି । ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ମେଡିକାଲ ଗୁଡିକ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଏହାଛଡା ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ମ୍ୟୁନିସିପାଲ କର୍ପୋରେସନକୁ ଅକ୍ସିଜେନ କନ୍ସଣ୍ଟ୍ରେଟର ଯୋଗାଇ ଦିଆଯାଇଥିବା ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details