କୋଭିଡ ମୁକାବିଲା ପାଇଁ ରାଜଧାନୀବାସୀଙ୍କୁ ଆହ୍ବାନ କଲେ BMC କମିଶନର
ଭୁବନେଶ୍ବର: କୋଭିଡ ମୁକାବିଲା ପାଇଁ ରାଜଧାନୀ ବାସୀଙ୍କୁ ଆହ୍ବନ ଦେଇଛନ୍ତି ନୂତନ ବିଏମସି କମିଶନର । ବାହାରକୁ ଗଲାବେଳେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କୁ କୋଭିଡ ଲକ୍ଷଣ ଦେଖା ଯାଉଛି ନିକଟସ୍ଥ ଚିକିତ୍ସାଳୟରେ ଯଥାଶୀଘ୍ର ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ପ୍ରମୁଖ ଭାବରେ ଟେଷ୍ଟିଙ୍ଗ ଓ ଟ୍ରାକିଙ୍ଗକୁ ଗୁରୁତ୍ବ ଦେବାକୁ କୁହାଯାଇଛି । ଏଭଳି କୋଭିଡ ନିୟମକୁ ସମସ୍ତେ ମିଶି ଅନୁପାଳନ କରି ସଚେତନ ରହିଲେ ହିଁ ଭୁବନେଶ୍ବର କୋଭିଡ ମୁକ୍ତ ସହର ହୋଇ ପାରିବ ବୋଲି କହିଛନ୍ତି ବିଜୟ ଅମୃତା କୁଲାଙ୍ଗେ ।