ବିଶ୍ବପ୍ରସିଦ୍ଧ ହାମ୍ପି ବୁଲିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା, ହାତୀଠୁ ନେଲେ ଆଶୀର୍ବାଦ - କର୍ଣ୍ଣାଟକରେ ଜେପି ନଡ୍ଡା
ବେଙ୍ଗାଲୁରୁ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରିବାର ସହିତ କର୍ଣ୍ଣାଟକରେ ଥିବା ବିଶ୍ବପ୍ରସିଦ୍ଧ ହାମ୍ପି ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ଯାତ୍ରା ସେ ବିଜୟାନଗର ସାମ୍ରାଜ୍ୟ ଭଗବାନ ବିରୁପକ୍ଷଙ୍କ ଦର୍ଶନରୁ ଆରମ୍ଭ କରି ବିଜୟ ଭିଟାଲା ମନ୍ଦିରର ଦର୍ଶନ ସହିତ ଶେଷ ହୋଇଛି । ସେ ସ୍ମାରକୀ ଏବଂ ମୂର୍ତ୍ତିଗୁଡ଼ିକୁ ବୁଲି ଦେଖିଥିବା ବେଳେ ହାତୀଙ୍କଠୁ ଆଶୀର୍ବାଦ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ପ୍ରାତଃ ସମୟରେ ସେ ପ୍ରଭୁ ବିରୁପକ୍ଷ ଦର୍ଶନ କରିଥିଲେ । ମନ୍ଦିରରେ ପହଞ୍ଚିବା ପରେ ଲକ୍ଷ୍ମୀ ନାମକ ହାତୀ ତାଙ୍କୁ ଆଶୀର୍ବାଦ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ଟ୍ରେନ ସଦୃଶ୍ୟ ବସରେ ବସି ବିଶ୍ବପ୍ରସିଦ୍ଧ ହାମ୍ପି ବୁଲିଥିଲେ । ପରିଭ୍ରମଣ ପରେ ହାମ୍ପି ଏକ ପବିତ୍ର ସ୍ଥଳ ବୋଲି କହିଥିଲେ ନଡ୍ଡା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ