ଓଡିଶା

odisha

By

Published : Jul 21, 2022, 6:33 PM IST

ETV Bharat / videos

President Election Result: ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ, ଉତ୍ସବ ପାଳିଲେ ବିଜେପି ନେତା ଓ କର୍ମୀ

ଭୁବନେଶ୍ବର: ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଏହାକୁ ନେଇ ଉତ୍ସବ ମୁଖର ରହିଛି ବିଜେପି କ୍ୟାମ୍ପ । ସାନ୍ତାଳି ବାଦ୍ୟର ତାଳେତାଳେ ନାଚୁଛନ୍ତି ବିଜେପି ରାଜ୍ୟ ସଭାପତିଙ୍କ ସହ ଅନ୍ୟ ସଦସ୍ୟ । ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳିଛନ୍ତି ବିଜେପି ନେତା ଓ କର୍ମୀ । ଯଦିଓ ବର୍ତ୍ତମାନ ସୁଦ୍ଧା ଫଳାଫଳା ଘୋଷଣା ହୋଇନି ହେଲେ ପ୍ରଥମ ରାଉଣ୍ଡରେ ଦୌପଦୀ ମୁର୍ମୁ ବହୁ ବ୍ୟାବଧାନରେ ଆଗୁଆ ଥିବାରୁ ଓଡ଼ିଶାରେ ଆରମ୍ଭ ହୋଇ ଗଲାଣି ସେଲିବ୍ରେସନ । ଜନ୍ମମାଟି ରାଇରଙ୍ଗପୁରରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ସବୁଠି ଉତ୍ସବ ମୁଖର । ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସେଲିବ୍ରେସନ କରିଥିଲେ ଦଳୀୟ ନେତା । ପରସ୍ପରକୁ ମିଠା ଖୁଆଇବା ସହ ଶୁଭେଚ୍ଛା ଜଣାଇ ଥିଲେ । ସିଂହ ବାଜା ସହ ଓଡ଼ିଆ କୀର୍ତ୍ତନରେ ଦୁଲୁକି ଥିଲା ରାଜ୍ୟ କାର୍ଯ୍ୟାଳୟ । କିଏ ନାଚିଥିଳେ ତ କିଏ ଗୀତ ଗାଇ ସେଳିବ୍ରେସନ କରିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଅନ୍ୟ ରାଜ୍ୟସ୍ତରୀୟ ନେତା ଓ କର୍ମୀ ମନେ ଏଥିରେ ସାମିଲ ହୋଇଥିଲେ । ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details