ସୋସିଆଲ ମିଡିଆ ବୟ ରବିନ୍ଦ୍ର, ସରକାରଙ୍କୁ ଜଣାଇଲେଣି ୭୦ ହଜାର ଅଭିଯୋଗ - ସୋସିଆଲ ମିଡିଆରେ ଲୋକଙ୍କ ସମସ୍ୟା ସାମାଧାନ
ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁରର ସହରର ରବିନ୍ଦ୍ର କୁମାର ମିଶ୍ର । ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେବା କରିବାକୁ ସେ ଲକ୍ଷ୍ୟ ରଖିଥିଲେ । ହେଲେ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡି ଘରକୁ ଫେରିଥିଲେ । ତେବେ ପ୍ରଶାସନିକ ଅଧିକାରୀ ନ ହୋଇ ମଧ୍ୟ ନିଜସ୍ବ ଉଦ୍ୟମରେ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କରିବାକୁ ସେ ଜାରି ରଖିଛନ୍ତି ଭିନ୍ନ ଧରଣର ଉଦ୍ୟମ । ଗତ ଅଢେଇ ବର୍ଷ ମଧ୍ୟରେ ସୋସିଆଲ ମିଡିଆକୁ ଅସ୍ତ୍ର କରି ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ ପ୍ରକାର ଅଭିଯୋଗକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନିକଟରେ ପହଞ୍ଚାଇବା ସହ ତାହାର ସମାଧାନ କରିବାରେ ସକ୍ଷମ ହୋଇଛନ୍ତି । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।