ଓଡିଶା

odisha

ETV Bharat / videos

ଜନତା କର୍ଫ୍ୟୁକୁ ବାଲେଶ୍ଵରବାସୀଙ୍କ ସମର୍ଥନ, ସ୍ଥିତି ଉପରେ ପୋଲିସର ନଜର - ଜନତା କର୍ଫ୍ୟୁ

By

Published : Mar 22, 2020, 11:05 AM IST

ବାଲେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ସକାଳ 7ରୁ ଜନତା କର୍ଫ୍ୟୁରେ ସାମିଲ ହୋଇଛନ୍ତି ବାଲେଶ୍ଵରବାସୀ । 22 ତାରିଖରୁ 29 ଯାଏ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅତ୍ୟାବଶକୀୟ ଦ୍ରବ୍ୟ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ଜିଲ୍ଲାରେ ବନ୍ଦ ରହିଛି । ବାଲେଶ୍ଵର ସହରର ଜନବହୁଳ ସ୍ଥାନ ମୋତିଗଞ୍ଜ, ଫାଣ୍ଡିଛକ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ଓଟି ରୋଡ଼ ଆଦି ଜନଶୁନ୍ୟ ହୋଇଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ସ୍ଥିତି ଉପରେ ନଜର ରଖାଯାଇଛି । ରାସ୍ତା ଘାଟ ଗାଡିମଟର ଯାଉନଥିବା ବେଳେ ସହର ଶୂନଶାନ ରହିଛି । ତେବେ ଜନତା କର୍ଫ୍ୟୁକୁ ଜିଲ୍ଲାବାସୀ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details