ସମ୍ବଲପୁରରେ ସରିଲା ବାହୁଡ଼ାଯାତ୍ରା - ବାହୁଡା ଯାତ୍ରା 2022
ସମ୍ବଲପୁର : ସମ୍ବଲପୁର ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଉତ୍ସାହ ଓ ଉଦ୍ଦିପନା ସହ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଆଜି ଅପରାହ୍ନରେ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧା ମୂର୍ତ୍ତଙ୍କ ପହଣ୍ଡି ବିଜୟ କରାଯିବା ସହ ରଥାରୂଢ଼ କରାଯାଇଥିଲା। ଏହାପରେ ଘଣ୍ଟ ଘଣ୍ଟାର ତାଳେ ତାଳେ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇଟିଭି ଭାରତ, ସମ୍ବଲପୁର