ଓଡିଶା

odisha

ETV Bharat / videos

ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଅନୁଷ୍ଠିତ - ବାହୁଡା ଯାତ୍ରା

By

Published : Jul 9, 2022, 10:34 PM IST

ଜଗତସିଂହପୁର : ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବହୁଡାଯାତ୍ରା ଅନୁଷ୍ଠିତ ହୋଇଛି । ବିରିଡି ବ୍ଲକ ଅନ୍ତର୍ଗତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଆଜି ମହାସମାରୋହରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା । ହାଜର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ମନ୍ଦିରକୁ ଟାଣି ନେଇଥିଲେ । ନବ ଦିନାତ୍ମକ ଯାତ୍ରl ସାରି ମହାପ୍ରଭୁ ମନ୍ଦିରକୁ ଫେରିଥିଲେ । ଆଜି ସକାଳୁ ମଙ୍ଗଳ ଆଳତୀ ପରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ନୀତି ସମାପନ କରାଯାଇଥିଲା। ପରେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯିବା ପରେ ରଥ ଉପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ନ 5 ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା । ହରିବୋଲ ହୁଳହୁଳିରେ ମହାପ୍ରଭୁଙ୍କ ରଥ ଟଣା ଯାଇଥିଲା।ସଞ୍ଜ ନଇଁବା ବେଳକୁ ମହାପ୍ରଭୁଙ୍କ ରଥ ମୁଖ୍ୟ ମନ୍ଦିର ସମୁଖରେ ଲାଗିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି କୁଜଙ୍ଗ ସ୍ଥିତ କୁଞ୍ଜ ବିହାରୀ ମନ୍ଦିରରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details