ଶ୍ରୀକାକୁଲମରେ ଭାଲୁ ଆକ୍ରମଣ, ଜଣେ ମୃତ ୬ ଗୁରୁତର - ଶ୍ରୀକାକୁଲମରେ ଭାଲୁ ଆକ୍ରମଣ
ଅମରାବତୀ: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ଗତ କିଛି ଦିନ ଧରି ଭାଲୁ ଯାତାୟାତ କରୁଥିବାବେଳେ ଅନେକ ଲୋକଙ୍କୁ ଆକ୍ରମଣ କରିଛି । ଏହି ବନ୍ୟଜନ୍ତୁ ଆକ୍ରମଣରେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବନ ବିଭାଗ ଏହି ଭାଲୁକୁ କାବୁ କରିବା ପ୍ରକ୍ରିୟା ଆରମ୍ଭ କରିବା ପରେ ଭାଜରାପୁକୋଟୁରରେ ଭାଲୁକୁ କାବୁ କରାଯାଇଛି ।