ବୁଡ଼ିଲା ଅଟ୍ରି ଉଷ୍ମ ପ୍ରସବଣ, ୫ ଫୁଟ୍ର ବନ୍ୟାଜଳ ପ୍ରବାହିତ - ବନ୍ୟାଜଳରେ ବୁଡ଼ିଲା ଅଟ୍ରି ଉଷ୍ମ ପ୍ରଶବଣ
ଖୋର୍ଦ୍ଧା: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଫୁଲିଛି ଏହାର ଶାଖା ରଣ ନଦୀ । ଯାହା ଫଳରେ ଜଳମଗ୍ନ ହୋଇଛି ଖୋର୍ଦ୍ଧାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣ (Atri hot spring drowned with flood water) । ଅଟ୍ରିର ମୁଖ୍ୟ କୁଣ୍ଡ ଉପରେ ୪ ଫୁଟର ପାଣି ଚାଲିଥିବା ବେଳେ ଗେଟ୍ ସମୁଖର ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଅଟ୍ରି ଭିତରେ ଥିବା ପାନ୍ଥନିବାସ ମଧ୍ୟ ଜଳାର୍ଣ୍ଣବ ହୋଇଛି । ପାନ୍ଥନିବାସରେ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିଥିବା ଜଣାପଡିଛି । ରାସ୍ତାରେ ଉପରେ ପାଣି ଚାଲିଥିବାରୁ କରଡ଼ଗାଡ଼ିଆ, ଗୁଡୁମ, ଜକରା ଆଦି ଗାଁ'କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ପାଣି ଚାଲିଥିବାରୁ ଯାତାୟତ ବନ୍ଦ ରହିଛି । ଏହାକୁ ନେଇ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଖୋର୍ଦ୍ଧା ସମ୍ବାଦଦାତା ଗୋବିନ୍ଦ ଚନ୍ଦ୍ର ପଣ୍ଡା...