RICH VISUAL: ରାଫ୍ଟିଂ ବେଳେ ଗଙ୍ଗାନଦୀରେ ଭାସିଗଲେ ଯୁବତୀ, ଉଦ୍ଧାର କଲେ ଯବାନ - ଗଙ୍ଗାନଦୀରୁ ଯୁବତୀ ରକ୍ଷା କଲେ ଯବାନ
ଡେରାଡୁନ: ଖୁସିରେ ଚାଲିଥିଲା ରାଫ୍ଟିଂ । ନଦୀ ମଧ୍ୟରେ ମଜା ନେଉଥିଲେ ଯୁବତୀ । ହେଲେ ହଠାତ୍ ଘଟିଲା ଅଘଟଣ । ଗଙ୍ଗାନଦୀର ପ୍ରଖର ସ୍ରୋତର ଭାସିଗଲେ ୨ ଜଣ ଯୁବତୀ । ଏହି ସମୟରେ ଦେବଦୂତ ସାଜି ସେମାନଙ୍କୁ ରକ୍ଷା କରିଛନ୍ତି ଭାରତୀୟ ସେନା । ରଶି ଦ୍ବାରା ସେମାନଙ୍କୁ ଉଦ୍ଧାର କରାଯାଇଛି । ଏବେ ଯୁବତୀ ଦୁଇ ଜଣ ସୁସ୍ଥ ଅଛନ୍ତି । ଏହି ଉଦ୍ଧାର ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଦେଖନ୍ତୁ ଭିଡ଼ିଓ