ଓଡିଶା

odisha

ଅମଲା ପଡା ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନିରଥ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

By

Published : Jul 1, 2022, 10:59 PM IST

ଅନୁଗୋଳ: ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମର୍ତ୍ତିଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଛି । ରାତି ପ୍ରାୟ ଆଠଟାରେ ସହର ଅମଲାପଡାରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା ତିନି ରଥ । ହଜାର ହଜାର ଶ୍ରଦ୍ଧାଳୁ ତିନି ଠାକୁରଙ୍କ ରଥକୁ ଟାଣି ଆଣି ଗୁଣ୍ଡିଚା ମନ୍ଦି ରେ ପହଞ୍ଚାଇଛନ୍ତି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ କଯ୍ୟସୂଚୀ ଅନୁଯାୟୀ, ମନ୍ଦିରରେ ତିନି ଠାକୁରଙ୍କଙ୍କ ସମସ୍ତ ନିତିକାନ୍ତି ଶେଷ ହେବା ପରେ ସାଢ଼େ ନଅଟାରେ ପହଣ୍ଡି ନୀତି ଆରମ୍ବ ହୋଇଥିଲା । ଅପରାହ୍ନରେ ଅନୁଗୋଳ ଜିଲ୍ଲାପାଳ ଓ ଏସପିଙ୍କ ଦ୍ଵାରା ଛେରାପହଁରା ନୀତି ଶେଷ ହେବା ପରେ ଦିନ ତିନିଟା ପରେ ରଥଟଣା ହୋଇଥିଲା । ଏଠାରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ । ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details