ଓଡିଶା

odisha

By

Published : Jun 8, 2022, 7:03 AM IST

ETV Bharat / videos

ବିଧାୟକରୁ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ପ୍ରୀତିରଞ୍ଜନ ଘଡେଇଙ୍କୁ ସମ୍ବର୍ଦ୍ଧନା

ଯାଜପୁର: ବିଧାୟକରୁ ମନ୍ତ୍ରୀ ବନିଥିବା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କୁ ବାସଭବନରେ ଦିଆଯାଇଛି ବିପୁଳ ସମ୍ବର୍ଦ୍ଧନା । ଯାଜପୁର ବ୍ୟାସନଗର ସ୍ଥିତ ଧଵଳିଗିରି ବାସଭବନରେ ପହଞ୍ଚିଲା ପରେ ତାଙ୍କୁ ସ୍ବାଗତ କରିଛନ୍ତି ଦଳୀୟ କର୍ମୀ, ଶୁଭେଚ୍ଛୁ ଓ ବିଭିନ୍ନ କାରଖାନାର କର୍ମଚାରୀ । ଫୁଲତୋଡା ଓ ଉପଢୌକନ ଦେଇ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି l ନବୀନଙ୍କ ନୂଆ ଟିମରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ପ୍ରଥମଥର ମନ୍ତ୍ରୀ ପଦ ହାତେଇଛନ୍ତି । ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବ ତାଙ୍କୁ ମିଳିଛି ।

ABOUT THE AUTHOR

...view details