ଓଡିଶା

odisha

By

Published : Jul 6, 2022, 12:55 PM IST

ETV Bharat / videos

ମିରା ପରିଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ରାଜରାସ୍ତାରେ ଗର୍ଜିଲେ କିନ୍ନର ସଂଘ

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ କିନ୍ନର ମହାସଂଘର ବିକ୍ଷୋଭ । କିନ୍ନର ମହାସଂଘର ମୁଖ୍ୟଙ୍କ ନାଁରେ ଅଭିଯୋଗ ଆଣି ବିଜେଡିରୁ ବହିଷ୍କାର ଦାବି କରିଛନ୍ତି କିନ୍ନର । କିନ୍ନରମାନଙ୍କ ପାଇଁ ସରକାର ଦେଉଥିବା ସହାୟତା ରାଶିକୁ ହଡପ କରାଯାଉଥିବା ଅଭିଯୋଗ ସହ ଏହାର ସିବିଆଇ ତଦନ୍ତ ଦାବୀ କରିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି କିନ୍ନର ।ଏହାସହ ଅଧିକାର ପାଉଣା ମାଗିଲେ ଜୀବନରୁ ମାରିଦେବା ଧମକ ଦେଉଥିବା ଅଭିଯୋଗ କରିଛନ୍ତି କିନ୍ନର ଗୋଷ୍ଠୀ । ଭୁବନେଶ୍ୱର ରେଳ ଷ୍ଟେସନରୁ ରାଲିରେ ବାହାରି ନବୀନ ନିବାସ ଘେରାଉ କରିଥିଲେ କିନ୍ନର ।

ABOUT THE AUTHOR

...view details