ସାରଥୀଙ୍କୁ ପ୍ରବଚନ ଅନୁମତି ମିଳିବା ପରେ ଫଟୋ ରଖି ଆଳତୀ କଲେ ଅନୁଗାମୀ - Sarathi baba
କଟକ: ସନ୍ତୋଷ ରାଉଳ ତଥା ସାରଥୀଙ୍କୁ ପ୍ରବଚନ ଅନୁମତି ମିଳିବା ପରେ ଆତ୍ମହରା ହୋଇ ଉଠିଛନ୍ତି ତାଙ୍କର ଅନୁଗାମୀ । ରାଜ୍ୟ ବିଭିନ୍ନ ପ୍ରାନ୍ତରେ ଥିବା ତାଙ୍କ ଅନୁଗାମୀମାନେ ଉତ୍ସବ ପାଳନ କରୁଛନ୍ତି । ଏହି କ୍ରମରେ କଟକରେ ଥିବା ତାଙ୍କର ଅନୁଗାମୀମାନେ ମଧ୍ୟ ଉତ୍ସାହିତ ହୋଇଛନ୍ତି। ପୂର୍ବରୁ ଠାକୁର ଘରେ ସାରଥୀଙ୍କ ଫଟୋ ପୂଜା ପାଉଥିବା ବେଳେ ଗତକାଲି(ମଙ୍ଗଳବାର) ଠାରୁ ଘରର ଅଗଣାରେ ସ୍ବତନ୍ତ୍ର ଭାବେ ସାରଥୀଙ୍କ ପୂଜା ଅର୍ଚ୍ଚନା କରାଯାଉଛି । ଏଥିରେ ପରିବାର ସମସ୍ତ ସଦସ୍ୟମାନଙ୍କ ସହ ଘର ନିକଟରେ ଥିବା ସାରଥୀଙ୍କ ଅନୁଗାମୀମାନେ ମଧ୍ୟ ଯୋଗ ଦେଉଛନ୍ତି । ତେବେ ସେମାନେ ପ୍ରାୟ ୬ ବର୍ଷ ହେଲା ସାରଥୀଙ୍କୁ ଦର୍ଶନ କରିନଥିଲା ମଧ୍ୟ ତାଙ୍କ ଦିବ୍ୟ କୃପା ଲାଭ କରିଛନ୍ତି । ସାରଥୀଙ୍କ ଦ୍ବାରା ସତସଙ୍ଗ ଆୟୋଜନ ହେଲେ ସେଥିରେ ସେମାନେ ନିଶ୍ଚୟ ଯୋଗ ଦେବେ ବୋଲି କହିଛନ୍ତି ତାଙ୍କର ଅନୁଗାମୀ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ