ଓଡିଶା

odisha

ETV Bharat / videos

ନିଶା ଛଡ଼ାଇବା ଆଳରେ ନିର୍ଯାତନା, ଅକଥନୀୟ ମାଡ଼ ସମୟର ଭିଡିଓ ଭାଇରାଲ୍ - ଭୁବନେଶ୍ବର ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା

By

Published : Sep 17, 2022, 5:39 PM IST

ଭୁବନେଶ୍ବର : ନିଶା ଛଡାଇବା ଆଳରେ ନିର୍ଯାତନା । ଅକଥନୀୟ ମାଡ଼ ସମୟର ଭିଡିଓ ହେଲା ଭାଇରାଲ୍ । ସାମ୍ନାକୁ ଆସିଲା ନିଶା ନିବାରଣ କେନ୍ଦ୍ରର ଅସଲ କାରନାମା । ନିଶା ଛଡାଇବା ଆଳରେ କିପରି ଦିଆଯାଉଛି ନିର୍ଯାତନା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ସ୍ଥିତ ଲକ୍ଷ୍ୟ ଫାଉଣ୍ଡେସନସ ଦ୍ବାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କିଛି ଯୁବକ ଜଣେ ଯୁବକଙ୍କୁ ମାଡ଼ି ବସିଛନ୍ତି । ଅନ୍ୟଜଣେ ଯୁବକ ଏକ ନଳି ମାଧ୍ୟମରେ ନିର୍ଦ୍ଧୁମ ମାଡ଼ ମାରୁଛି । ଅମାନୁଷିକ ଓ ଅକଥନୀୟ ମାଡ଼ ଦେଖି ଅନ୍ୟ ପିଲା ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ କମିଶନରେଟ ପୋଲିସର ଚାଲିଛି ତନାଘନା । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details