କଥା କଟାକଟିରୁ ସାଂଘାତିକ କାଣ୍ଡ, ବାଇକ୍କୁ ପଛରୁ ପିଟିଲା ସ୍କର୍ପିଓ - ବାଇକ୍କୁ ପଛରୁ ପିଟିଲା ସ୍କର୍ପିଓ ଭିଡିଓ
ନୂଆଦିଲ୍ଲୀ: ଏ ଭିଡିଓ ଦେଖିଲେ ଆପଣା ଆବାକ ହୋଇଯିବେ । କଥା କଟାକଟିରୁ ଏମିତି ହୋଇପାରେ । କାର୍ ଚକା ତଳେ ଚାପି ଯୁବକଙ୍କୁ ହତ୍ୟା ଉଦ୍ୟମ ହୋଇଛି । ଏପରି ଲୋମ ଟାଙ୍କୁରା ହିଟ୍ ଆଣ୍ଡ ରନ୍ କେସ୍ ଦେଖିବାକୁ ମିଳିଛି ରାଜଧାନୀ ନୂଆଦିଲ୍ଲୀର ଅର୍ଜୁନଗଡ ମେଟ୍ରୋ ଷ୍ଟେସନରେ । ଦିନ ଦିପ୍ରହରରେ ଘଟିଛି ଏ କାଣ୍ଡ । ଯୁବକ ଜଣକ ସୌଭାଗ୍ୟବଶଃତ ଅଳ୍ପକେ ମୃତ୍ୟୁ ମୁହଁରୁ ବଞ୍ଚି ଯାଇଛନ୍ତି । ବାଇକ ଚାଳକ ଜଣକ ଗୁରୁଗ୍ରାମରୁ ତାଙ୍କ ସାଙ୍ଗଙ୍କ ସହ ଗୁରୁଗ୍ରାମରୁ ଫେରୁଥିଲେ । ଏହା ସମୟରେ ଏକ ସ୍କର୍ପିଓ ସେମାନଙ୍କ ମଧ୍ୟରେ ପଶି ରେସ୍ କରିବା ଆରମ୍ଭ କରି ଦେଇଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ସ୍କର୍ପିଓଟି ପଛରୁ ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣଙ୍କ ରାସ୍ତାରେ ଛିଟିକି ପଡ଼ି ଡିଭାଇଡରରେ ପିଟି ହୋଇଯାଇଥିଲେ ।