ଓଲଟି ପଡ଼ିଲା ଟ୍ୟାଙ୍କର, ଖାଇବା ତେଲ ନେବାକୁ ଭିଡ଼ ଜମାଇଲେ ଲୋକେ - ଆନ୍ଧ୍ରରେ ଖାଇବା ତେଲ ନେବାକୁ ଲାଗିଲା ଭିଡ଼
ଅମରାବତୀ: ଓଲଟି ପଡ଼ିଥିବା ଖାଇବା ତେଲ ଟ୍ୟାଙ୍କରରୁ ତେଲ ନେବାକୁ ଭିଡ଼ ଜମାଇଲେ ଲୋକେ । ଆନ୍ଧ୍ର ପ୍ରଦେଶର ପାଲନାଡୁ ଜିଲ୍ଲା ନରକଟ ପଲ୍ଲୀ-ଆଡ୍ଡାଙ୍କୀ ରାଜରାସ୍ତା ଚଲ୍ଲାଗୁଣ୍ଡ୍ଲା ନାକାରୀକଲ୍ଲୁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଏକ ବାଇକ୍କୁ ଧକ୍କା ଦେଇ ଓଲଟି ପଡ଼ିଲା ଖାଇବା ତେଲ ଟ୍ୟାଙ୍କର । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଟ୍ୟାଙ୍କରଟି ଓଲଟିବା ପରେ ସେଥିରୁ ତେଲ୍ ଲିକ୍ ହେବାରେ ଲାଗିଥିଲା । ଖବର ସ୍ଥାନୀୟ ବାସିନ୍ଦାଙ୍କ ପାଖରେ ପହଞ୍ଚିବାପରେ, ଟ୍ୟାଙ୍କର୍ ନିକଟରେ ଅନେକ ଲୋକ ବାଲ୍ଟି ଜାର୍ ନେଇ ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା । ଫଳରେ ଅନେକ ସମୟ ଧରି ସେଠାରେ ରାସ୍ତାଜାମ୍ ଭଳି ସମସ୍ୟା ସୃଷ୍ଟି ହୋଇଛି ।