Sword Fight, ଖଣ୍ତାରେ ଲଢେଇ କରି ଗିନିଜ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ରାଜପୁତ ସୋସାଇଟି - Bhuchar Mori Battle Ground
ଗାନ୍ଧୀନଗର: ହାତରେ ଖଣ୍ତା ମୁଣ୍ତରେ ପଗଡି ପିନ୍ଧି ଚାଲିଛି ଖଣ୍ତାରେ ଖେଳ । ପୁଣି ତାହା ଅତି ବିପଦ ଜନକ ଭାବରେ । ଗୁଜୁରାଟର ଜାମନଗରର (Bhuchar Mori Battle Ground) ବୁଲଚାର ମୋରି ବାଟେଲ ଗ୍ରାଉଣ୍ତରେ ଚାଲିଛି ଫେନ୍ସିଂ । ଗ୍ରାଉଣ୍ତରେ ଦିର୍ଘ ୨ କିଲୋ ମିଟର ପରିଧି ମଧ୍ୟରେ ଚାଲିଛି ଏ ଖଣ୍ତାରେ ପ୍ରତିଯୋଗିତା । ତେବେ ଦୁଃଶାହସିକ ଭାବେ ଖଣ୍ତା ଚଲାଇ ଓ୍ବାଲର୍ଡ ରେକର୍ଡ (Guinness World Records by sword fight ) ରେ ସ୍ଥାନ ପାଇଛନ୍ତି ରାଜପୁତ ସୋସାଇଟି । ତେବେ ଏ ପ୍ରତିଯୋଗିତାରେ ୧୭ ଜିଲ୍ଲାରୁ ୫ ହଜାର ରାଜପୁତ ଯୁବକ ଭାଗ ନେଇଥିଲେ । ଅଖିଳ ଭାରତୀୟ ରାଜପୁତ ଯୁବ ସଂଘ ( Akhil Gujarat Rajput Yuva Sangh ) ଓ ଭୁଚ ମୋରି ଶହୀଦ ସ୍ମାରକ (Bhucharmori Shaheed Smarak) ପକ୍ଷରୁ ଏହା ଆୟୋଜନ କରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଗଜେନ୍ଦ୍ର ସିଂ ଶେଖାବଟି (Gajendra Singh Shekhawat) ଓ ରାଜ୍ୟର ମନ୍ତ୍ରୀ ଓ ଏମଏଲ ମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।