Watch Video: ପିନାକିନି ଏକ୍ସପ୍ରେସର ଜନ୍ମଦିନ ପାଳିଲେ ଯାତ୍ରୀ ଓ କର୍ମଚାରୀ - ପିନାକିନି ଏକ୍ସପ୍ରେସର ଜନ୍ମଦିନ
ଅମରାବତୀ: ଟ୍ରେନର ଜନ୍ମଦିନ ପାଳିଲେ ଯାତ୍ରୀ ଓ କର୍ମଚାରୀ । ବିଜୟୱାଡା ଏବଂ ଚେନ୍ନାଇ ମଧ୍ୟରେ ଚାଲୁଥିବା ପିନାକିନି ଏକ୍ସପ୍ରେସ(୧୨୭୧୧/୧୨୭୧୨) ଆନୁଷ୍ଠାନିକ ଭାବରେ ୧ ଜୁଲାଇ ୧୯୯୨ ରେ ଆରମ୍ଭ ହୋଇଥିଲା । ଏଥିରେ ବିଶେଷ ଭାବରେ କର୍ମଚାରୀ, ବ୍ୟବସାୟୀ ଏବଂ ଛାତ୍ରଛାତ୍ରୀ ଯାତ୍ରା କରିଥାନ୍ତି । ଏହି ଟ୍ରେନ ୩୦ ବର୍ଷ ପୂରଣ କରିବା ଅବସରରେ ଶୁକ୍ରବାର ବିଜୟୱାଡା ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ଏକ ଜନ୍ମଦିନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଟ୍ରେନ ଚାଳକ କେକ୍ କାଟିଥିବାବେଳେ ଯାତ୍ରୀ ଏବଂ କର୍ମଚାରୀମାନେ ସେଲ୍ଫି ନେଇ ଏହି ଉତ୍ସବକୁ ଉପଭୋଗ କରିଥିଲେ ।