ଜନ୍ମମାଟିକୁ ଫେରିଲେ ଓଡ଼ିଆ ଛାତ୍ରୀ, ବଖାଣିଲେ ଯୁଦ୍ଧ ବିଭୀଷିକାର କାହାଣୀ - ଜନ୍ମମାଟିକୁ ଫେରିଲେ ଓଡ଼ିଆ ଛାତ୍ରୀ
ଖୋର୍ଦ୍ଧା: ଋଷ ଓ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧବେଳେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ନିଜ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଛାତ୍ରୀ। ଅପରେସନ ଗଙ୍ଗା ମାଧ୍ୟମରେ ନିଜ ଘରକୁ ଫେରି ପାରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଗ୍ରାମର କମଳ କୁମାର ରଣାଙ୍କ ଝିଅ ମାନସୀ ରଣା । ସେ ୟୁକ୍ରେନର ଖାରକିଭ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପାଠ ପଢ଼ୁଥିଲେ। ନିଜ ଝିଅକୁ ପାଇ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଘରକୁ ଫେରି ୟୁକ୍ରେନର ଛାତିଥରା ଦୃଶ୍ୟକୁ ବଖାଣିଛନ୍ତି ମାନସୀ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:18 PM IST