ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ନା - ପୁରୀରେ ହେବନି ଜିରୋ ନାଇଟ ସେଲିବ୍ରେସନ
ପୁରୀ: ଟ୍ବିନି ସିଟି ପରେ ପୁରୀରେ ଜିରୋ ନାଇଟରେ ଲାଗିଲା କଟକଣା । ଚଳିତ ବର୍ଷ ପୁରୀରେ ହେବନି ଜିରୋ ନାଇଟ ସେଲିବ୍ରେସନ । କୋଭିଡ ସ୍ଥିତି ଯୋଗୁଁ ସବୁ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ନୂଆବର୍ଷକୁ ସ୍ଵାଗତ ଜଣାଇବା ପାଇଁ ପୁରୀ ସହରକୁ ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଏହି ଅଵସରରେ ବିଭିନ୍ନ ହୋଟେଲ ଡିସେମ୍ବର 31 ତାରିଖରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । ନାଚ ଗୀତରେ ପର୍ଯ୍ୟଟକ ମସଗୁଲ ହୋଇ ନୂଆ ବର୍ଷକୁ ସ୍ବାଗତ କରନ୍ତି । କିନ୍ତୁ ଏବର୍ଷ କୋଭିଡ ସ୍ଥିତି ଯୋଗୁଁ ସବୁ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଛି ।