ମୃତ୍ତିକା ଦିବସରେ ଚାଷୀଙ୍କୁ ମିଳିଲା ଭୂ-ଚେତନା କାର୍ଡ - ଢେଙ୍କାନାଳରେ ଚାଷୀଙ୍କୁ ଭୂ-ଚେତନା କାର୍ଡ ପ୍ରଦାନ
ଢେଙ୍କାନାଳ: ବିଶ୍ବ ମୃତ୍ତିକା ଦିବସ ଅବସରରେ ଗୁରୁବାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳ ମୃତ୍ତିକା ପରୀକ୍ଷାଗାର ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧାର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଛବିନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୃତ୍ତିକାର ଉପାଦେୟତା ଓ ସଂରକ୍ଷଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରାଇଥିଲେ । ଏହି ଅବସରରେ ଚାଷୀମାନଙ୍କୁ ମୃତିକା କାର୍ଡ ଓ ଯୋଗ୍ୟତା ହାସଲ କରିଥିବା ଚାଷୀଙ୍କୁ ଭୂ-ଚେତନା କାର୍ଡ ପ୍ରଦାନ କରାଯାଇଥିଲା । ଅପରପକ୍ଷେ କୃଷିବିତ୍ ଉମେଶ ଚନ୍ଦ୍ର ଦାଶଙ୍କ ରଚିତ ଆମ ପରିବେଶ ଓ ଆମ କୃଷୀ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
TAGGED:
ବିଶ୍ବ ମୃତ୍ତିକା ଦିବସ