ଓଡିଶା

odisha

By

Published : Sep 18, 2020, 1:25 PM IST

ETV Bharat / videos

ତାତିଲେ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକ, ଡୁବୁରୀ ଛକ ବନ୍ଦ

ଯାଜପୁର: କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନାର ଆଜକୁ ୭ ମାସ ହେବ ଲାଗି ରହିଛି ଅସ୍ଥିରତା । ଶେଷରେ ଉତ୍ତ୍ୟକ୍ତ ଶ୍ରମିକ ଡୁବୁରୀ ଛକକୁ କଲେ ବନ୍ଦ । ନୀଳାଚଳ ଇସ୍ପାତରେ ବିଭିନ୍ନ ସମସ୍ୟା ଦେଖାଇ ଆଜକୁ ୭ମାସ ହେବ ବନ୍ଦ ରହିଛି । ଯାହାଫଳରେ ପାଖାପାଖି ୪ ହଜାରରୁ ଉର୍ଦ୍ଧ ଶ୍ରମିକ ଦରମା ପାଇବାରୁ ବଞ୍ଚିତ ହେଇଛନ୍ତି । ବାରମ୍ବାର ରାଜ୍ୟ ସରକାରଙ୍କ ଠୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କଲେବି କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କାରଖାନାକୁ ଘରୋଇ କରଣ ନକରିବା, ୭ମାସର ଦରମା ଓ ନୀଳାଚଳ ଇସ୍ପାତ କାରଖାନାକୁ ପୁନଃ ଚାଲୁ କରିବା ଦାବିରେ ଶହଶହ ଶ୍ରମିକ ଡୁବୁରୀ ଛକ ବନ୍ଦ କରି ବସି ରହିଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ତେବେ ସେହି ଶ୍ରମିକମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଯାଜପୁର ସମ୍ବାଦଦାତା.. ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details