ଓଡିଶା

odisha

ETV Bharat / videos

ଯୁବତୀଙ୍କ ଜିଦ୍‌: ବାହା ହେବି ବିଧାୟକଙ୍କୁ - ବିଧାୟକଙ୍କ ଘରେ ଯୁବତୀ ଠାବ

By

Published : Jan 28, 2021, 9:38 PM IST

ଅନୁଗୋଳ: ବିଳମ୍ବିତ ରାତିରେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳଙ୍କ ବାସଭବନରେ ଜଣେ ଯୁବତୀ ବିବାହର ଜିଦ୍ ଧରି ଧାରଣା ଦେଇଥିଲେ । ଉକ୍ତ ଯୁବତୀଙ୍କୁ ପାଲଲହଡ଼ା ପୋଲିସ ଆଣି ଥାନାରେ ଅଟକ ରଖି ପରେ ଛାଡି ଦେଇଥିବା ଘଟଣା ଜିଲ୍ଲାରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଅଞ୍ଚଳର ଜଣେ ଆଇନ ବିଭାଗର ଛାତ୍ରୀ ସନ୍ଧ୍ୟା ସମୟରେ ପାଲଲହଡ଼ା ବିଧାୟକଙ୍କ ବାଲିପଶି ଗ୍ରାମସ୍ଥିତ ବାସ ଭବନରେ ପହଞ୍ଚି ଧାରଣାରେ ବସିଥିଲେ । ତେବେ ସେ ନିଜକୁ ବିଧାୟକଙ୍କ ପ୍ରେମିକା ବୋଲି କହି ବିବାହ କରିବେ ବୋଲି ଜିଦ ଧରିଥିଲେ । ରାତି ପ୍ରାୟ 1ଟା ସମୟରେ ପାଲଲହଡ଼ା ପୋଲିସ ବିଧାୟକଙ୍କ ବାସଭବନରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ଥାନାକୁ ଆଣିଥିଲେ । ପରେ ରାତି 2 ଟା ସମୟରେ ସନ୍ଦେହଜନକ ଭାବେ ଉକ୍ତ ଯୁବତୀଙ୍କୁ ଥାନାରୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ତେବେ ଏହା ଏକ ପ୍ରେମଜନିତ ଘଟଣା ବୋଲି ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details