ଓଡିଶା

odisha

ETV Bharat / videos

ବାଲୁକା କଳାରେ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା

By

Published : Jan 2, 2021, 8:49 PM IST

ପୁରୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଅସୁସ୍ଥ ହୋଇପଡିଛନ୍ତି । ସୌରଭ ଗାଙ୍ଗୁଲି ଶନିବାର ହୃଦଘାତର ଶିକାର ହୋଇଛନ୍ତି । ସକାଳେ ଘରେ ଜିମ କରୁଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ କ୍ରିକେଟପ୍ରେମୀ ମହଲରେ ଦୁଃଖର ଛାୟା ଖେଳି ଯାଇଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏନେଇ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ସୌରଭଙ୍କ ଆରୋଗ୍ୟ କାମନା କରିଛନ୍ତି।

ABOUT THE AUTHOR

...view details