ଓଡିଶା

odisha

ETV Bharat / videos

ମୌସୁମୀ ପ୍ରଭାବ, ଭିଜୁଛି ଉତ୍ତର-ଆଭ୍ୟନ୍ତରୀଣ ଓଡିଶା

By

Published : Jun 13, 2020, 8:01 PM IST

ଭୁବନେଶ୍ବର: ରାଜ୍ୟକୁ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ବର୍ଷ ମୌସୁମୀ ବର୍ଷା ଠିକ ସମୟରେ ଓଡିଶାକୁ ପ୍ରବେଶ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡ଼ିଶାକୁ ସମସ୍ତ ଜିଲ୍ଲାରେ ବର୍ଷା ଅନୁଭୂତ ହୋଇଛି । ସାରା ରାଜ୍ୟରେ ଚାରିଆଡେ କଳା ବାଦଲ ସହ ମେଘ ଢାଙ୍କି ରହିଛି । ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି,ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓ ଅନ୍ୟ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ସୋନପୁର,ବରଗଡ଼, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିବ । ରାଜ୍ୟରେ ଆଗକୁ ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ କହିଛନ୍ତି ।

ABOUT THE AUTHOR

...view details