ବୁଣାକାରଙ୍କୁ ବେଉସା ଚିନ୍ତା, ବିକ୍ରି ନ ହୋଇପାରୁନି ହସ୍ତତନ୍ତ ଲୁଗା - ବୁଣାକାରଙ୍କ ଦୁଃଖ
ବାରିପଦା: ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲି ବି ଯାଇଛି। ତନ୍ତ କେବେ ବନ୍ଦ ହୋଇନଥିଲା। ହେଲେ କୋରୋନା ଆସିବା ଦିନରୁ ବୃତ୍ତି ହିଁ ବୁଡ଼ିଗଲା। ଛଡାଇ ନେଲା ସେମାନଙ୍କ ଜୀବନ ଜୀବିକା । ଓଡ଼ିଶାରେ କେବଳ ସମ୍ବଲପୁରୀ ନୁହେଁ, ହସ୍ତତନ୍ତ ଶାଢ଼ୀ, ଗାମୁଛା, ବେଡ଼ସିଟର ଚାହିଦା ଓଡିଶା ସହ ଦେଶ ବିଦେଶରେ ବି ବେଶ ବଢ଼ିବାରେ ଲାଗିଥିଲା। କିନ୍ତୁ ଦୀର୍ଘ ୯ ମାସର କୋରୋନା ମାଡରେ ବୁଣାକାର ନିଜ ପେଟପାଟଣା ପାଇଁ ତନ୍ତ ଛାଡି ମୂଲ ମଜୁରୀ ଖୋଜିଲେଣି। ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ଚନ୍ଦନପୁର ଗାଁର।