ଫଗୁର ରଙ୍ଗରେ ବାଧକ ହେଲା କୋରୋନା - holi celebration at angul
🎬 Watch Now: Feature Video
ଅନୁଗୋଳ: ଫଗୁର ରଙ୍ଗ ଆଜି ସମସ୍ତଙ୍କୁ ରଙ୍ଗୀନ କରିଛି । ସମସ୍ତେ ନିଜ ନିଜ ମଧ୍ୟରେ ଥିବା ରାଗରୁଷା ମାନଅଭିମାନକୁ ଭୁଲି ହୋଲିର ରଙ୍ଗରେ ନିଜକୁ ରଙ୍ଗୀନ କରିଛନ୍ତି । ବାଜା ବଜାଇ ନାଚଗୀତରେ ମସଗୁଲ ହୋଇ ହୋଲି ପାଳିଛନ୍ତି ଅନୁଗୋଳବାସୀ । ତେବେ କୋରୋନା ଭାଇରସ ଭୟ ଏଥର ହୋଲିର ମାହୋଲକୁ ଫିକା କରିଛି । ଅନୁଗୋଳରେ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି । ଅନୁଗୋଳ ସହରର ବିଭିନ୍ନ ସାହି, ପଡା ଓ କ୍ଲବ ମାନଙ୍କରେ ରଙ୍ଗର ଏହି ପର୍ବକୁ ବେଶ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି । ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ