ଗୁଲାବ ମାଡରେ ଘାଇଲା ପନିପରିବା ଚାଷୀ
କୋରାପୁଟ: ବାତ୍ୟା ଯାଇଛି ହେଲେ ଦୁର୍ଦ୍ଦଶା ଛାଡିଯାଇଛି । ବାତ୍ୟା ଗୁଲାବ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଛି । ଫଳରେ ଚାଷୀକୂଳ ଏବେ ଚିନ୍ତାରେ । ବାତ୍ୟାର ପ୍ରଭାବରେ ବିଭିନ୍ନ ପ୍ରକାର ପନିପରିବା ଚାଷ ଉଜୁଡି ଯାଇଛି । ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେବେ ଉଜୁଡି ଯାଇଥିବା ଚାଷର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପୂରଣ ଦିଆଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । କୋରାପୁଟରୁ ସି ଏଟ ସାନ୍ତାକାର, ଇଟିଭି ଭାରତ