ଓଡିଶା

odisha

ETV Bharat / videos

ଓଡ଼ିଶାର 160 ସ୍ଥାନରେ ହେବ ଟୀକାକରଣ - ରାଜ୍ୟକୁ ଆସିବ ଭ୍ୟାକ୍ସିନ

By

Published : Jan 11, 2021, 7:22 PM IST

ଭୁବନେଶ୍ବର: ରାଜ୍ୟରେ 16 ତାରିଖ ପରେ ଟୀକାକରଣର ଦୁଇ ତିନି ପୂର୍ବରୁ ରାଜ୍ୟକୁ ଭ୍ୟାକ୍ସିନ ଆସିପାରେ । ଓଡ଼ିଶାର 160 ସ୍ଥାନରେ ଟୀକାକରଣ ହେବ । ଏହାସହ ଦୁଇଟି ଜାଗାରେ ଟୁ ଓଏ କମ୍ୟୁନିକେସନ ରହିବ। ଡ଼ିଏଚଏଚ ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟୀକା ସମ୍ପର୍କରେ ଫିଡ଼ ବ୍ୟାକ ନେଇ ପାରିବେ । ଟୀକାକରଣ ପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେଟ ମନିଟରିଂ ଟିମ ଗଠନ ହୋଇଛି । ସେମାନେ ଜିଲ୍ଲା ସ୍ତରରେ ଯାଇ ମନିଟରିଂ କରିବେ । କୋରନା ଟୀକା କରଣ ପାଇଁ 17,18 ଓ 19ରେ ହେବାକୁ ଥିବା ପଲସ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମକୁ ସ୍ତଗିତ ରଖାଯାଇଛି।

ABOUT THE AUTHOR

...view details