ଓଡିଶା

odisha

ETV Bharat / videos

ବୀଣାପାଣିଙ୍କ ନିଆରା କଳାକୃତି କରି ଅଭିନନ୍ଦନ ଜଣାଇଲେ ଶିଳ୍ପୀ - ସରସ୍ବତୀଙ୍କ ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ

By

Published : Feb 5, 2022, 10:56 AM IST

ପୁରୀ: ଆଜି ମା' ବିଦ୍ୟାଦେବୀଙ୍କ ପୂଜା ଅବସରରେ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି । ପୁରୀ ଜିଲ୍ଲା ବାସେଳୀ ସାହିର ଯୁବ ଚିତ୍ରଶିଳ୍ପୀ ଏକ ସୁନ୍ଦର କଳାକୃତି କରି ସମସ୍ତଙ୍କୁ ସରସ୍ଵତୀ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର ମାତ୍ର ୬ ମିନିଟରେ ଦୁଇହାତରେ ବାଗ୍‌ଦେବୀ ମା ସରସ୍ବତୀଙ୍କର ଓଲଟା ଚିତ୍ର ଆଙ୍କି ଏବେ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି । ଏହି ୬ ମିନିଟର ଚିତ୍ରକଳା ମାଧ୍ୟମରେ ସେ ସଭିଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା ମହାମାରୀର ବିନାଶ ପାଇଁ ପ୍ରାର୍ଥନା କରିଛନ୍ତି । ପୂର୍ବରୁ ଆୟୁଷ ପ୍ରଭୁ ଗଣେଷଙ୍କ ଓଲଟା ଚିତ୍ର ସମେତ ଅନେକ ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସର ଅଧିକାରୀ ହୋଇଛନ୍ତି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details