ଓଡିଶା

odisha

ETV Bharat / videos

ସବୁଜ ବନାନୀ ପାଇଁ ସମର୍ପିତ ରମେଶ, ନିଜ ଅର୍ଥରେ ବାଣ୍ଟୁଛନ୍ତି ଚାରା

By

Published : Jul 13, 2020, 6:46 PM IST

କେନ୍ଦୁଝର: ବଣ ପାହାଡ ଘେରା ସବୁଜ ବନାନୀର ସୁନ୍ଦର ପରିବେଶ କେନ୍ଦୁଝର ଜିଲ୍ଲା । ହେଲେ କଳ କାରଖାନା ଓ ଖଣି ଖନନ ପାଇଁ ତାହା ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି । ବିଗିଡିବାକୁ ବସିଲାଣି ପରିବେଶର ସନ୍ତୁଳନ । ତେବେ ଏହାକୁ ରକ୍ଷା କରିବା ତଥା ନୂଆ ଗଛ ସୃଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି ବୃକ୍ଷ ମାନବ ରମେଶ ଚନ୍ଦ୍ର ମିଶ୍ର । ଗାଁ ଗାଁରେ ସବୁଜ ବନାନୀ ସୃଷ୍ଟି କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ । ନିଜ ଗାଁ ଜଙ୍ଘିରାରେ ଚାରା ରୋପଣ କେନ୍ଦ୍ର କରି ବୃକ୍ଷ ଗଙ୍ଗା ଅଭିଯାନ ନାମରେ ମାଗଣାରେ ବାଣ୍ଟି ଚାଲିଛନ୍ତି ଚାରା । ପାଖାପାଖି 6 ବର୍ଷ ହେବ ଏହି ଅଭିଯାନ ମାଧ୍ୟମରେ ସେ ସାଢେ 5 ଲକ୍ଷ ଚାରା ବାଣ୍ଟିସାରିଛନ୍ତି । ପ୍ରଥମେ ଶିକ୍ଷକତାରୁ ନିଜର ଜୀବନ ଆରମ୍ଭ କରିଥିବା ରମେଶ ଚନ୍ଦ୍ର ପରବର୍ତ୍ତୀ ସମୟରେ ବ୍ୟାଙ୍କ ଚାକିରି କରିଥିଲେ । ଏଠାରୁ ଅବସର ନେବା ପରେ ବୃକ୍ଷ ପ୍ରତି ଥିବା ତାଙ୍କର ଭଲପାଇବା ପାଇଁ ସେ ନିଜ ଭତ୍ତା ଟଙ୍କାରେ ଚାରା ରୋପଣ କେନ୍ଦ୍ର କରି ମାଗଣାରେ ଚାରା ବାଣ୍ଟୁଛନ୍ତି ।

ABOUT THE AUTHOR

...view details