ଓଡିଶା

odisha

କଂଗ୍ରେସର କ୍ଷେତି ବଞ୍ଚାଓ ଆନ୍ଦୋଳନ, ଭୁବନେଶ୍ବରରୁ କଟକ ଟ୍ରାକ୍ଟର ରାଲି

By

Published : Nov 9, 2020, 3:59 PM IST

Published : Nov 9, 2020, 3:59 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପକ୍ଷରୁ କ୍ଷେତି ବଞ୍ଚାଓ ଆନ୍ଦୋଳନ ଆରମ୍ଭ ହୋଇଛି । ଅଭିନବ ଉପାୟରେ ଟ୍ରାକ୍ଟର ରାଲି କରି କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଏଥିରେ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର ଯୋଗ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ରାଲି କରାଯାଉଛି । ଟ୍ରାକ୍ଟର ରାଲି କଂଗ୍ରେସ ଭବନରୁ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଯିବ ବୋଲି ଜଣାପଡିଛି । ଦଳର ସମସ୍ତ ନେତା ଓ ଛାମୁଆ ସଂଗଠନ ଏହି ରାଲିରେ ଉପସ୍ଥିତ ରହିଛନ୍ତି ।

ABOUT THE AUTHOR

...view details