ଆଜି କଟକ ଚଣ୍ଡୀଙ୍କ ମହିଷାମର୍ଦ୍ଦିନୀ ବେଶ - ଶକ୍ତିପୀଠରେ ପୂଜା ପାଉଛନ୍ତି ମା’
ଆଜି ମା’ କଟକ ଚଣ୍ଡୀଙ୍କ ମହିଷାମର୍ଦ୍ଦିନୀ ବେଶ । କୋଭିଡ଼ ନିୟମ ଅନୁଯାୟୀ ଶକ୍ତିପୀଠରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରାଯାଇଥିବାବେଳେ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ପ୍ରତିବର୍ଷ ଏହି ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ କଟକ ଚଣ୍ଡୀ ମନ୍ଦିରରେ । କିନ୍ତୁ କୋରୋନା ପାଇଁ ବିନା ଭକ୍ତରେ ପୂଜାର୍ଚ୍ଚନା କରାଯାଉଛି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ