ତିର୍ତ୍ତୋଳ ଗଡ ଦଖଲ ମୁହାଁ ବିଜେଡି, ମୁଖ୍ୟମନ୍ତ୍ରୀଙ୍କୁ ବିଜୟଙ୍କ ଧନ୍ୟବାଦ - ତିର୍ତ୍ତୋଳ ଉପନିର୍ବାଚନ
ଜଗତସିଂହପୁର: ତିର୍ତ୍ତୋଳ ଉପନିର୍ବାଚନର ଚୂଡାନ୍ତ ଫଳାଫଳ ନେଇ ନିର୍ବାଚନ ଆୟୋଗଙ୍କ ନିକଟରୁ କୌଣସି ଅଧିକାରିକ ସୂଚନା ମିଳିନାହିଁ । ତେବେ ତିର୍ତ୍ତୋଳରେ ବିଜେଡି ନିଜର ଗଡ ବଞ୍ଚାଇ ସାରିଛି । ବିଜୟ ପୂର୍ବରୁ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଦିବଙ୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ । ତିର୍ତୋଲ ଉପନିର୍ବାଚନର ୨୧ ଓ ୨୨ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ୭୩୦୦୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୯୪୯୪ ଓ କଂଗ୍ରେସ ୨୦୭୪୭ ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩ ହଜାର ୫ ଶହ ୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ବିଜୟ ପୂର୍ବରୁ ତିର୍ତ୍ତୋଳର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ ।