ଓଡିଶା

odisha

ବସ-ବାଇକ ଦୁର୍ଘଟଣା, ଗୋଟିଏ ଜୁଇରେ ଜଳିଲେ ବାପାମାଆ-ଝିଅ

By

Published : Mar 5, 2021, 10:44 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡା ଠାରେ ଗୁରୁବାର ବସ ଧକ୍କାରେ ତୁରେଛଡା ଗାଁର ବାପାମାଆ ଓ ଝିଅ ମୃତ୍ୟୁ ଘଟଣା । ସମସ୍ତ ମୃତକଙ୍କ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅନ୍ତିମ ସଂସ୍କାର କରାଯାଇଛି । ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଝିଅ ସହ ବାପାମାଆଙ୍କ ମୃତଦେହ ଜଳିଛି । ଗୁରୁବାର ତୁରେଛଡା ଗାଁ ପାଇଁ ଥିଲା ଅତି ଅଶୁଭ ଦିନ । ଝିଅ ସୁପ୍ରିୟା, ବାପା କୃଷ୍ଣଚନ୍ଦ୍ର ଓ ମାଆ ସୁକେସି ନୂଆପଡା ଜିଲ୍ଲା ଲିଟିଗୁଡାରୁ ସମ୍ପର୍କୀୟଙ୍କ ଭୋଜି ଖାଇ ଫେରୁଥିବାବେଳେ ଗାଁରୁ ଅଳ୍ପବାଟ ଡୁଙ୍ଗୁରିଗୁଡ ଠାରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ ଧକ୍କାରେ ସମସ୍ତେ ଆଖି ବୁଜିଥିଲେ । ଗୁରୁବାର ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନଥିବାବେଳେ ଶୁକ୍ରବାର ବ୍ୟବଚ୍ଛେଦ ପରେ ମୃତଦେହକୁ ଗାଁକୁ ଅଣାଯାଇଥିଲା । ଯଦ୍ବାରା ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆତ୍ମୀୟ ଲୋକଙ୍କ ସହ ଗ୍ରାମବାସୀଙ୍କ କାନ୍ଦରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏମିତି ଦୁଃଖ ଦଇବ କାହାକୁ ନ ଦେଉ ।

ABOUT THE AUTHOR

...view details