ଓଡିଶା

odisha

ETV Bharat / videos

ଶ୍ରୀମନ୍ଦିର ଭିତର 3 ଦ୍ବାରରେ ଲାଗିବ ରୂପା କବାଟ - ରୂପା କବାଟ

By

Published : Aug 27, 2020, 9:44 PM IST

ପୁରୀ: ଶ୍ରୀମନ୍ଦିରରେ ଭିତରେ ଥିବା 3ଟି ଦ୍ୱାରର କବାଟ ରୂପା ଚାଦରରେ ନୂଆ କବାଟ ତିଆରି ହେବ। । ରୂପାରେ ଝଲସିବ ବଡ ଦେଉଳର ଦ୍ୱାର । ଶ୍ରୀମନ୍ଦିର ଭିତର ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର କବାଟରେ ରୁପା ଲାଗିବ। । ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ । କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ । ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍ କରିବେ । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟ ବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିରର ଚାରି ଦ୍ୱାର କବାଟ ରେ ମଧ୍ୟ ରୁପା ଲଗାଇବା ପାଇଁ ଅନେକ ଭକ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଯୋଗ କରଛନ୍ତି । ଯଦି ଭକ୍ତ ମାନେ ଦାନ କରିବେ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ଦ୍ୱାର କବାଟରେ ମଧ୍ୟ ରୁପା ଲଗାଇବା ପାଇଁ ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।

ABOUT THE AUTHOR

...view details