ଗାଁକୁ ନାହିଁ ରାସ୍ତା, 2କିମି ଖଟିଆରେ ବୁହା ହେଲେ ରୋଗୀ - ଚମ୍ପାଝର ପଞ୍ଚାୟତରେ ନାହିଁ ପକ୍କା ରାସ୍ତା
ରାଇରଙ୍ଗପୁର: ପୁଣି ଖଟିଆରେ ବୁହା ହେଲେ ରୋଗୀ । ଏଯାଏଁ ଗାଁକୁ ସଂଯୋଗ ହୋଇ ନାହିଁ ପକ୍କା ରାସ୍ତା । ସମାଜର ମୁଖ୍ୟ ସ୍ରୋତଠାରୁ ବହୁ ଦୂରରେ ଏଇ ଗାଁ । ଏ କେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତର ଅସନବଣି ଗାଁରେ ଦେଖିବାକୁ ମିଳିଛି ଏପରି ହୃଦୟ ବିଦାରକ ଦୃଶ୍ୟ ।