ଓଡିଶା

odisha

ETV Bharat / videos

ଦୁର୍ଗମ ଇଲାକାର ଶିକ୍ଷାର ଆଲୋକ ଶିଖା ଆଦିବାସୀ ଝିଅ ଜାମିନି

By

Published : Jul 21, 2020, 6:34 PM IST

ନୂଆପଡ଼ା: ଜିଲ୍ଲାର ସୁନାବେଡା ଅଭୟାରଣ୍ୟର ସାଢ଼େ ତିନି ହଜାର ବର୍ଗଫୁଟ ଉଚ୍ଚ ପର୍ବତ ମାଳା ବକ୍ଷରେ ଅବସ୍ଥିତ ସନବାହେଲି ଗାଁ । ଗାଁର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଏକ ନିରୀହ ଗରିବ ପରିବାରର ଝିଅ ଜାମିନି ଝାଙ୍କର । ଆଖିରେ ତାଙ୍କର ଆଖିଏ ସ୍ବପ୍ନ, ପାଠ ପଢ଼ି ନିଜ ଗୋଡ଼ରେ ଛିଡ଼ା ହେବାର । କିନ୍ତୁ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ସାମାଜିକ ନୀତିନିୟମ ଖୁବ କଠୋର । ହେଲେ ଜାମିନିଙ୍କ ସେଥି ପ୍ରତି ନଥିଲା ଖାତିର, ଗୋଟିଏ ସଂକଳ୍ପ ନିଜେ ପାଠ ପଢ଼ିବେ ଆଉ ନିଜ ଅଞ୍ଚଳରେ ବୁଣିବେ ଶିକ୍ଷାର ମଞ୍ଜି । ଚକୋଟିଆ ଭୁଞ୍ଜିଆଙ୍କ ନିୟମ ଅନୁସାରେ ଝିଅମାନେ ବିଦ୍ୟାଳୟ ଯାଇପାରିବେ ନାହିଁ, ଡ୍ରେସ ପିନ୍ଧିବେ ନାହିଁ, କେବଳ ଧଳା ଶାଢ଼ୀ ପିନ୍ଧିବେ କିନ୍ତୁ ତା ସହ ବ୍ଲାଉଜ ପିନ୍ଧିବା ମନା । ଏପରିକି ପାଦରେ ଚପଲ ମଧ୍ୟ ବ୍ୟବହାର କରି ପାରିବେ ନାହିଁ, ସହରୀ ସଭ୍ୟତାରୁ ଦୂରେଇ ରହିବା, କେଶ ମୁକୁଳା ରଖିବା ସହ ଗାଁରେ ରହି ସରଳ ଜୀବନ ଯାପନ କରିବ ନିୟମ ରହିଛି । ନିୟମକୁ ଅମାନ୍ୟ କଲେ ମିଳେ ସାମାଜିକ ଦଣ୍ଡ । ଏହିସବୁ ନିୟମକୁ ଖାତିର ନକରି ମା, ବାପାଙ୍କ ସହଯୋଗରେ ଜାମିନି ଆଗେଇ ଚାଲିଲେ ନିଜ ଲକ୍ଷ୍ୟପଥରେ । ପଠା ପଢ଼ିବେ ନିଜ ଅଞ୍ଚଳରେ ଶିକ୍ଷାର ଆଲୋକ ସଞ୍ଚାର କରିବେ । ଲୋକଙ୍କ ଟାହି ଟାପରା ଶୁଣି ମଧ୍ୟ ପାଠପଢି଼ବାକୁ ମନସ୍ଥ କଲେ । ହେଲେ ସେତେବେଳକୁ ତାଙ୍କ ଅଞ୍ଚଳରେ ବିଦ୍ୟାଳୟ ନ ଥିଲା । ନିଜ ଘର ଠାରୁ 4 କିଲୋମିଟର ଦୂରତାରେ ଥିବା ନନଫର୍ମାଲ ଶିକ୍ଷା କେନ୍ଦ୍ରରେ ପାଠପଢ଼ା ଆରମ୍ଭ କଲେ ଜାମିନି । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେଠାରେ ପଢ଼ିବା ପରେ, ଦଶମ ପର୍ଯ୍ୟନ୍ତ ଗୁରୁକୂଳ ଆଶ୍ରମ ଆମସେନା, ଯୁକ୍ତ 2 ଧରମବନ୍ଧା କଲେଜ, ଯୁକ୍ତ 3 ଖଡ଼ିଆଳ କଲେଜ, ଓ ଏମଏସସି ବଲାଙ୍ଗୀର କଲେଜରେ ପଢ଼ିବା ପରେ ଏବଂ ପରେ ଏବେ ସେ ଭୁବନେଶ୍ବର କିସ ଠାରେ ପିଏଚଡି ଅଧ୍ୟୟନ କରୁଛନ୍ତି । ଏହିସବୁ ସଫଳତା ପଛରେ କେତେ ଯେ ସାମାଜିକ ପ୍ରତିବନ୍ଧକ ଆର୍ଥିକ ଦୁଃଖ କଷ୍ଟ ସହିଛନ୍ତି ସେ କଥା ଛଳଛଳ ନୟନରେ କହିଛନ୍ତି ଜାମିନି ।

ABOUT THE AUTHOR

...view details