ଓଡିଶା

odisha

ETV Bharat / videos

ବିପଦ ସଙ୍କେତ ଉପରେ ଦେବୀନଦୀ, ଦଳେଈ ଘାଇ ନଦୀବନ୍ଧରୁ ଦେଖନ୍ତୁ ସ୍ଥିତି - dalei ghai river 57 feet of danger

By

Published : Aug 31, 2020, 10:35 PM IST

ଜଗତସିଂହପୁର: ଜିଲ୍ଲାର ସମ୍ବେଦନଶୀଳ ନଦୀବନ୍ଧ ଭାବେ ପରିଚିତ ଦଳେଈ ଘାଇ ନିକଟରେ ଦେବୀ ନଦୀର ଜଳସ୍ତର 58 ଫୁଟରେ ପହଞ୍ଚିଛି । ଏଠାରେ ବିପଦ ସଙ୍କେତ 57 ଫୁଟ ଥିବା ଜଳ ସେଚନ ବିଭାଗ ପକ୍ଷରୁ କୁହାଯାଇଛି । ଦଳେଇ ଘାଇର ବନ୍ଧ ପାର୍ଶ୍ଵରେ ଅନେକ ବଡ ବଡ ଗଛ ରହିଥିବାରୁ ଘଳିଆ ପଡିବାର ସମ୍ଭାବନା ରହିଛି । ଏହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା । 1982 ମସିହାରେ ଦଳେଇ ଘାଇ ସୃଷ୍ଟି ହୋଇଥିଲା । ସେ ସମୟର ନଦୀବନ୍ଧ ଠାରୁ ବର୍ତ୍ତମାନ 8 ଫୁଟ ଅଧିକ ଉଚ୍ଚତା କରିଦିଆଯାଇଛି । ଯଦି ଦଳେଇଘାଇ ନିକଟରେ 60 ଫୁଟ ଉଚ୍ଚତାର ଜଳ ପ୍ରବାହିତ ହୁଏ ତେବେ ଦଳେଇ ଘାଇ ପ୍ରତି ବିପଦ ନଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୁଶାନ୍ତ କୁମାର ପାତ୍ର...

ABOUT THE AUTHOR

...view details