ଆସନ୍ତା 27ରେ ଖୋଲିବ ଲିଙ୍ଗରାଜ ମନ୍ଦିର, ଉତ୍ସାହିତ ଶ୍ରଦ୍ଧାଳୁ - The Lingaraj temple
ଭୁବନେଶ୍ବର: ବହୁ ପ୍ରତିକ୍ଷାର ଘଟିଛି ଅନ୍ତ । ଆସନ୍ତା 27 ତାରିଖରେ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର । କିନ୍ତୁ ଏଥିପାଇଁ ଏକ ସ୍ବତନ୍ତ୍ର ପ୍ରୋଟକଲ ମଧ୍ୟ ଜାରି କରାଯାଇଛି । 27ରୁ 31 ତାରିଖ ଯାଏ କେବଳ ସେବାୟତ ଓ ତାଙ୍କ ପରିବାର ହିଁ ଦର୍ଶନ କରିପାରିବେ । ସେହିପରି ଜାନୁଆରୀ 1 ଓ 2 ତାରିଖ ଦୁଇ ଦିନ ମନ୍ଦିର ବନ୍ଦ ରହିବ । 3 ରୁ 5 ତାରିଖ ଯାଏ କେବଳ ରାଜଧାନୀବାସୀ ହିଁ ଦର୍ଶନର ସୁଯୋଗ ପାଇ ପାରିବେ । ସେହିପରି 6 ତାରିଖ ପର ଠାରୁ ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସାଧାରଣ ଦର୍ଶନ ପାଇଁ ଯାଉଥିବା ଭକ୍ତ କୋଭିଡ ନେଗେଟିଭ ହେବା ବାଧ୍ୟତାମୂଳକ ।