ରାସ୍ତାରେ ହୁତ ହୁତ୍ ହୋଇ ଜଳିଗଲା ଡମ୍ଫର, ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ
ବାଲେଶ୍ବର: ଆଖିପିଛୁଳାକେ ହୁତ୍ ହୁତ୍ ହୋଇ ଜଳିବାକୁ ଲାଗିଲା ଡମ୍ପର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ତାମୂଳିଆ ଓଭର ବ୍ରିଜ ଉପରେ ଏକ ଡମ୍ପର ଯାତାୟତ ସମୟରେ ହଠାତ ନିଆଁ ଲାଗି ଜଳିଥିବା ଦେଖିବାକୁ ମିଳିଛି । ସୂଚନାନୁସାରେ ରାସ୍ତାରେ ଯାଉଥିବାବେଳେ କୌଣସି କାରଣରୁ ଡମ୍ଫରରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ମାତ୍ରାଧିକ ଥିବାରୁ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଆଉ ସୌଭାଗ୍ୟବଶତଃ ଡ୍ରାଇଭର ଜଣକ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତିନୋଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି ।