ଲକଡାଉନ ପରଠୁ ଘାଇଲା ଘରୋଇ ବସସେବା, ମାଲିକ ସର୍ବଶ୍ବାନ୍ତ ! - କ୍ଷତିରେ ବସ ମାଲିକ
ସମ୍ବଲପୁର: ଚଳିତବର୍ଷ ଲକଡାଉନ ପ୍ରଭାବ ସବୁ କ୍ଷେତ୍ରରେ ପଡିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଘରୋଇ ବସ ଚଳାଚଳ ସେବା । ମୁଖ୍ୟତଃ ଆମ ରାଜ୍ୟରେ 6 ମାସ କାଳ କୋରୋନା ଜନିତ ଲକଡାଉନରେ ବସ ମାଲିକଙ୍କ ଦୁର୍ଦ୍ଦଶା ଏମିତି ହେଲା ଯେ, କିଛି ନିଜର ବସ ବିକ୍ରି କରିଦେଲେ ତ ଅଉ କିଛି ନିଜର ବସ ବ୍ୟବସାୟ ହିଁ ବନ୍ଦ କରି ଏବେ ବେକାର ଅଛନ୍ତି। ସମ୍ବଲପୁର ଘରୋଇ ବସ ସଙ୍ଘ ଅଧୀନରେ ରହିଛି 200 ବସ । ତେବେ ସମ୍ବଲପୁର ସହର ଦେଇ ପ୍ରତ୍ୟେକ ଦିନ 325 ଖଣ୍ଡ ବସ ରାଜ୍ୟର ସବୁ ଜିଲ୍ଲାକୁ ଚଳାଚଳ କରିଥାଏ। ଦୈନିକ 300 କିମି ଯାତାୟାତ କରୁଥିବା ଏକ ବସ ପାଇଁ କିଲୋମିଟର ପିଛା 25 ରୁ 30 ଟଙ୍କା ଖର୍ଚ୍ଚ ହୋଇଥାଏ।