କାନୁର ସହରରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଦୋକାନ - କାନୁର ଅଗ୍ନିଶମ ବାହିନୀ
ଥିରୁଅନନ୍ତପୁରମ: କେରଳର ଏକ ଆସବାବପତ୍ର ଦୋକାନରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏହି ଘଟଣାଟି ଦେଖିବାକୁ ମିଳିଛି କେରଳର କାନୁର ସହରରେ । ଫଳରେ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି । ଆଉ ଧିରେ ଧିରେ ଏହି ନିଆଁ ପାଖ ଦେକାନ ଗୁଡିକୁ ବିସ୍ତାର କରିବାରେ ଲାଗିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ନେଇ ସୂଚନା ମିଳିଛି ।